Saragara Phula – Shasank Sekhar Odia Christian Lyrics

by Admin
81 views

Saragara Phula - Shasank Sekhar Odia Christian LyricsSaragara Phula is the latest Odia Christian song written, composed by Amit Badanayak, sung by Shasank Sekha and music arranged by Bapi Samal. This song was released on December 21, 2023 through Amit Badanayak YouTube channel.

Please listen the song, worship the LORD with spirit and in Truth and be blessed.

Song : Saragara Phula
Release Date: December 21, 2023
Lyrics, Composition: Amit Badanayak
Vocals: Shasank Sekha
Music: Bapi Samal

  • Odia

ଫୁଟିଛି ଗୁହାଳେ ସରଗର ଫୁଲ..
ତା ବାସ ମହକ ସବୁଠୁ ଲାଗେ ଭଲ

ଶୀତ କାକର ଅନ୍ଧାର ବେଳେ
ବେଥଲିହିମ ଗାଈ ଗୁହାଳେ
ଫୁଟିଛି ଫୁଲ

ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ….
ପ୍ରଶଂସା ଗୌରବ କର ହେ ସକଳ
ଆନନ୍ଦ ଉଲ୍ଲାସେ ଜୟ ଜୟ ବୋଲ..
ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ……

ଏ ଧରା କାନନେ ଫୁଟିଅଛି ଯେତେ ଫୁଲ
ଗୁଣରେ ଶୋଭାରେ କେହି ନୁହଁଇ ତା ତୁଲ
ସହଜ ନୁହଁଇ ପାଇବାକୁ ସେହି ଫୁଲ
ବିଶ୍ୱାସେ ଯେ ଖୋଜେ ମିଳଇ ତାଙ୍କୁ କେବଳ…
କରିଲେ ଧାରଣ ହୃଦୟେ ସେ ଫୁଲ
ବଦଳି ଯାଏ ତା ସ୍ବଭାବ ସକଳ
ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ……

ସେ ଫୁଲ ଅଟଇ ଶାନ୍ତି ମୁକ୍ତିର ପ୍ରତୀକ
ସେ ଫୁଲେ ମିଳଇ ଦୟା କରୁଣା ଅନେକ
ସେ ଫୁଲେ ରହିଛି ପରିତ୍ରାଣର ମହକ
ସେ ଫୁଲ ଜୀବନେ ଦିଏ ଆଶାର ଆଲୋକ
ଯୀଶୁ ହିଁ କେବଳ ଅଟନ୍ତି ସେ ଫୁଲ
ଏହେତୁ ଯୀଶୁଙ୍କୁ ଭଜ ସଦାକାଳ
ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ……


Leave a Comment

This site uses Akismet to reduce spam. Learn how your comment data is processed.

error: Content is protected !!

Adblock Detected

Please support us by disabling your AdBlocker extension from your browsers for our website.