Please listen to the song, worship the Lord with spirit and in Truth and be blessed.
Song: Swagata kara
Release Date: December 04, 2022
Lyrics: Taitas Pal
Vocals: Humane Sagar
Music: Bapi Samal
- Odia
ଜନମିଛନ୍ତି ଯୀଶୁ ରାଜା ଆମର
ଗୁହାଳ କୁଣ୍ଡରୁ ଶୁଭେ ତାହାଙ୍କ ସ୍ୱର
ଦାଉଦ ନଗର କ୍ଷମାର ସାଗର
ଆସିଲେ ଆସିଲେ ପ୍ରଭୁ ସ୍ୱାଗତ କର
ଜନମିଛନ୍ତି….
ପୁଲକିତ ଧରା ଗଗନ ଖୁସି ଲଗନ ଏ ଜୀବନେ
ଶାନ୍ତିର ଆଗମନେ
ଶିହରଣ ଖେଳେ ଅନ୍ତରେ ସ୍ପନ୍ଦନ ବଢେ ହ୍ରୁଦୟରେ
ଆନନ୍ଦ ଲହରୀ ଛୁଟେ
ଶୀତଳ ଲହରୀ ଆସୁଅଛି ମାଡ଼ି
ଜନମ ସମ୍ବାଦ ନେଇ
ଜନମିଛନ୍ତି….
ଅନ୍ୱେଷଣ ଯିବା କରି ତାରା ପଛେ ଅନୁସରି
ହ୍ରୁଦୟକୁ ଶୂନ୍ଯ କରି ଶେଷ ଯାଏଁ ଧୈର୍ଯ୍ୟ ଧରି
ବେଥଲିହିମ ଗୁହାଳ ଆମରି ଲକ୍ଷ ସ୍ଥଳ
କରିବା ଯାଇ ଦର୍ଶନ ଜୀବନ ହେବ ଧନ୍ୟ
ଜନମିଛନ୍ତି…