Please listen to the song, worship the Lord with spirit and in Truth and be blessed.
Song: Abadhya Manisha
Release Date: February 11, 2024
Lyrics & Music: Amit Badanayak
Vocals: Shasank Sekhar
- Odia
ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ
ମୁଁ ଅଧମ ନଗଣ୍ୟ ଧୂଳି ସଦୃଶ
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ
ମନ୍ଦତାକୁ କେତେ ମୁଁ ଯେ ଭଲ ପାଇଅଛି
ଅଧର୍ମକୁ ହୃଦେ ଧରି ବାଟ ଚାଲିଅଛି
ତୁମ ଶିକ୍ଷା ଉପଦେଶ ଅବଜ୍ଞା କରିଛି
ଜଗତର ପଛେ ଧାଇଁ ବିନଷ୍ଟ ହୋଇଛି….
ମୁଁ ଅଭାଗା ଅଲୋଡ଼ା ଶୁଖିଲା ଘାସ…୨ଥର…
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ
ମନ ମୋର ନିତି ହୁଏ ଅଥୟ ଅସ୍ଥିର
ଅବିରତ ମନ୍ଦ ମାତ୍ର ଭାବନା ମୋହର
ବାହ୍ୟ ସିନା ଦେଖିବାକୁ ଦିଶୁଛି ସୁନ୍ଦର
ଦୁଷ୍ଟତାରେ ପରିପୂର୍ଣ୍ଣ ଭିତର ଅନ୍ତର….
ମୁଁ ନିର୍ବୋଧ ଅବୋଧ ଉଡନ୍ତା ତୁଷ…୨ଥର…
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ